You are currently viewing କୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • Post category:ଓଡିଶା
  • Reading time:1 mins read

କୋଟିଆ(୧.୪.୨୩) :   ଦିନିକିଆ କୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆବାସୀଙ୍କ ସହ ପାଳନ କରିବେ ଉତ୍କଳ ଦିବସ । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । କେନ୍ଦ୍ରମନ୍ତ୍ରୀ ଦାମନଯୋଡ଼ିରେ ପହଂଚିବା ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ନାଲକୋ ଗେଷ୍ଟ ହାଉସରେ କିଛି ସମୟ ରହିବା ପରେ କୋଟିଆର ଫାଟୁସୀନେରୀକୁ ଗସ୍ତ କରିବେ । ସେଠାରେ କୋଟିଆବାସୀଙ୍କ ସହ ଉତ୍କଳ ଦିବସ ପାଳନ କରିବା ସହ ସୀମା ବିବାଦ ଉପରେ ଓ ଅନ୍ୟାନ ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ୬ ଜଣିଆ ବିଜେପି ବିଧାୟକ ମଧ୍ୟ ରହିଛନ୍ତି । କୋଟିଆରୁ କାର୍ଯ୍ୟକ୍ରମ ସାରି ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ନୂତନ ଭିତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସାରି କୋରାପୁଟ ସର୍କିଟ ହାଉସ ଯିବେ । ସେଠାରେ କିଛି ସମୟ ରହିବା ପରେ ସଂଧ୍ୟାରେ ବିଶାଖାପାଟଣାମ୍ ଯିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।