You are currently viewing କ୍ରୀଡା ଦିବସରେ ଦୂତୀ ପାଇଲେ ଅର୍ଜୁନ ପୁରସ୍କାର

କ୍ରୀଡା ଦିବସରେ ଦୂତୀ ପାଇଲେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ଆଜି ଦୂତୀଙ୍କୁ ମିଳିଲା ଅର୍ଜୁନ ପୁରସ୍କାର। ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଭର୍ଚୁଆଲ ଉତ୍ସବ ମାଧ୍ୟମରେ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇବାରେ ଦୂତୀ ହେଉଛନ୍ତି ନବମ ଓଡ଼ିଆ ଓ ଦ୍ଵିତୀୟ ଓଡ଼ିଆ ଅାଥଲେଟ୍। କୋରନା ପାଇଁ ଏହି ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜିତ ନ ହୋଇ, ଦେଶର ଚାରୋଟି ସ୍ଥାନରେ ବିତରଣ କରାଯାଇଛି। ଦୂତୀ ଏହି ପୁରସ୍କାର କୋଲକାତା ଠାରେ ଗ୍ରହଣ କରିଛନ୍ତି। ପୁଣିଥରେ ଓଡ଼ିଶାକୁ ଶୀର୍ଷରେ ସ୍ଥାନ ଦେଇ ଦୂତୀ ଏବେ ଉଦାହରଣ ପାଲଟିଛନ୍ତି। ତାଙ୍କ ଏହି ସଫଳତା ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।