You are currently viewing କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ କରିଚନ୍ତି ମୁଖ୍ୟମନ୍ତ୍ରୀ । ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ପୁର୍ବରୁ ଏସସିବି ସମେତ ୩ଟି କୋଭିଡ଼ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି ।

ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟରେ ଏବେ ୪ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପ୍ଲାଜମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଆଗାମୀ ଦିନରେ ଆଇଜିଏଚ, ଭୀମସାର ଓ ଏମକେସିଜିରେ ପ୍ଲାଜମା ବ୍ୟାଙ୍କ କରାଯିବ । ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।