You are currently viewing ଖୁବ୍ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳ

ଖୁବ୍ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳ

ଭୁବନେଶ୍ୱର, ବିଜ୍ଞାନ ପରେ +୨ ବାଣିଜ୍ୟ ରେଜଲ୍ଟ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ୧୯ ତାରିଖରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ଅଗଷ୍ଟ ୧୯ ତାରିଖ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ ।’

ତେବେ ଏଥର ବାଣିଜ୍ୟରେ ୨୫,୭୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କରୋନା କଟକଣାରେ ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା । ଅଗଷ୍ଟ ୩୧ ସୁଦ୍ଧା +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ।

ଅନ୍ୟମାନଙ୍କୁ ଜଣାନ୍ତୁ।