You are currently viewing ଗଞ୍ଜାମ ଓ ଗଜପତିରେ ଭୂମିକମ୍ପ ଅନୁଭୂତ

ଗଞ୍ଜାମ ଓ ଗଜପତିରେ ଭୂମିକମ୍ପ ଅନୁଭୂତ

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗଞ୍ଜାମର ପାତ୍ରପୁର ବ୍ଲକ ଓ ଗଜପତିର କିଛି ଅଞ୍ଚଳରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ସକାଳ ୭ଟା ୧୦ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପ ସମୟରେ ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।