You are currently viewing ଚଳିତ ବର୍ଷ ବଦଳିବେନି  ପିସିସି ସଭାପତି!

ଚଳିତ ବର୍ଷ ବଦଳିବେନି ପିସିସି ସଭାପତି!

ଭୁବନେଶ୍ୱର, ରାଜ୍ୟରେ ଚଳିତ ବର୍ଷ ହେବନି ପିସିସି ସଭାପତି ପରିବର୍ତ୍ତନ। ଡିସେମ୍ବର ଯାଏ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିବେ । ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ନୂଆ ପ୍ରଦେଶ କଂଗ୍ରେସ କମିଟି ଘୋଷଣା କରାଯିବ । ପ୍ରଥମେ ଜିଲ୍ଲା, ବ୍ଲକ ଓ ପରେ ରାଜ୍ୟ ସ୍ତରୀୟ କମିଟି ଘୋଷଣା ହେବ । ଏନେଇ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ମିଳିଛି ବୋଲି ନିରଞ୍ଜନ କହିଛନ୍ତି । ସେପ୍ଟେମ୍ବରରେ ସବୁ କମିଟିର ପୁନର୍ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।