You are currently viewing ଚିଠି ହେଲା କାଳ !

ଚିଠି ହେଲା କାଳ !

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର, ଆଜି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବିଦା ହୋଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି । ପାଠକ ବାପ ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି । ତେବେ ବହିଷ୍କୃତ ପରେ ଦୀର୍ଘ ଅନୁଭୂତିରୁ ସେ ଦଳର ପରିଚାଳନା ସମ୍ପର୍କରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବାର କାଳ ଭୋଗିଥିବା କଥା କହିଛନ୍ତି ପ୍ରଦୀପ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ କଥା ନପହଞ୍ଚିବାରୁ ଚିଠି ଲେଖିଥିଲେ। କୋଭିଡ ପ୍ରସଙ୍ଗରେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୁରଟ, ଚେନ୍ନାଇରୁ ପାଇଥିବା ଅନୁଭୂତି ଲେଖି ଜଣାଇଥିଲେ । ମାତ୍ର ସେତେବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ଆଣିବାକୁ ଅମଙ୍ଗ ହୋଇଥିବାରୁ ନିଜର ଅସନ୍ତୋଷ ଲେଖି ଜଣାଇଥିଲେ ଯାହାର ପରିଣାମ ଏବେ ପାଇଛନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି । ପ୍ରଦୀପଙ୍କ ପତ୍ନୀ ମଧ୍ୟ ବିଜେଡି ସୁପ୍ରିମୋଙ୍କୁ ସ୍ବାମୀଙ୍କ ବିରୋଧରେ ଦଳ ପକ୍ଷରୁ ଅଣା ଯାଇଥିବା ଜନବିରୋଧୀ ମନ୍ତବ୍ୟର ଜବାବ ମାଗିଛନ୍ତି। ପ୍ରଦୀପଙ୍କ ବହିସ୍କାର ଦଳ ପାଇ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଠି କରିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।