You are currently viewing ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର  ଝୁଲନ୍ତା ଶବ ଉଦ୍ଧାର

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଝୁଲନ୍ତା ଶବ ଉଦ୍ଧାର

ସାଲେପୁର ଅଂଚଳରୁ ପ୍ରାୟ କୋଡିଏ ବର୍ଷ ହେବ କେଶବ ସାହୁ ଓ ତାଙ୍କ ପତ୍ନୀ ତିଲୋତ୍ତମା ପୃଷ୍ଟି ମାହାଙ୍ଗାର ଗଉଡ଼ୁପଡ଼ା ଅଂଚଳର ଏକ ସୂତାକଳ ପରିସରରେ ପରିବାର ସହ ରହୁଥିଲେ । ଧାର କରଜ, ଲୋନର ବୋଝ ସହିତ ଅଭାବ ଅନଟନ ପୂରଣ କରିବା ପାଇଁ ବାଙ୍ଗାଲୋରରେ କେଶବ କାମ କରୁଥିଲେ । କରୋନା ମହାମାରୀ ପାଇଁ ସେ ଘରକୁ ଫେରିଆସିଥିଲେ। ପତ୍ନୀ ତିଳୋତ୍ତମା ମାହାଙ୍ଗା ସର୍ବୋଦୟ ସେବା ସମିତି ଅଧିନରେ ସୂତାକଟା କାର୍ଯ୍ୟ ବୁଝାସୁଝା କରିଆସୁଥିଲେ । ଏମାନଙ୍କ ଏକ ଝିଅ ଥିଲା, ଯିଏକି ବିଟେକ ପଢୁଥିଲା। ଜମିବିକ୍ରି ଓ ଧାର କରଜକୁ ନେଇ ଘରେ ଅଧିକାଂଶ ଝଗଡ଼ା ଲାଗି ରହିଥିଲା। ଗତକାଲି ସ୍ତ୍ରୀ ତିଲୋତ୍ତମା ସ୍ୱାମୀ ବିରୁଦ୍ଧରେ ଥାନାରେ ଏତଲା ଦେଲେ ।

ପୋଲିସ ଦୁଇ ପକ୍ଷଙ୍କୁ ଡାକି ଫଏସଲା କରି ଅଲଗା ରହିବାକୁ ସେମାନଙ୍କୁ କହିଲେ। କିନ୍ତୁ ରାତିରେ ଅଚାନକ ତାଙ୍କ ଝିଅ ପୋଲିସ କୁ ଫୋନ କରି ବାପା ଆତ୍ମହତ୍ୟା କରିବାକୁ କହି ଏକ କେବୁଲ ତାର ନେଇ ଚାଲିଗଲେ ବୋଲି ଜଣାଇଲେ। ପୋଲିସ କଥାଟାକୁ ଏତେ ଗମ୍ଭୀର ସହକାରେ ନେଇ ନଥିଲେ। କିନ୍ତୁ ସକାଳୁ କେଶବର ଶବ ଝୁଲନ୍ତା ଅବସ୍ଥାରେ ଦେଖିଲେ ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।