You are currently viewing ପାରିବାରିକ କଳହର ଦାରୁଣ ପରିଣତି

ପାରିବାରିକ କଳହର ଦାରୁଣ ପରିଣତି

(ଏଏନଏସ, ଉମେଶ ସାହୁ): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଢେ଼ଇଟିକର ଗାଁରେ ପାରିବାରିକ କଳହକୁ ନେଇ ଘଟିଛି ଏକ ହୃଦୟବିଦାରକ ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ପରେ ସେହି ବିବାଦକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ଜୀବନରେ ମାରିଦେବା ଉଦେ୍ଧଶ୍ୟରେ ତାଙ୍କ ପେଟରେ ଛୁରୀ ଭୁସିଥିଲେ ସ୍ୱାମୀ । ତା’ପରେ ନିଜ ପେଟରେ ଛୁରୀ ଭୁସିଥିଲେ ସ୍ୱାମୀ । ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି, ବଢେ଼ଇଟିକର ଗାଁର ଲକ୍ଷ୍ମୀଧର ମାଝୀ ଓ ତାଙ୍କ ସ୍ତ୍ରୀ ନୟନୀ ମାଝୀଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗିରହିଥାଏ । କିନ୍ତୁ ଅଚାନକ ସ୍ୱାମୀ ଲକ୍ଷ୍ମୀଧର ସ୍ତ୍ରୀଙ୍କ ଉପରେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିଲା ବୋଲି ତାଙ୍କ ଝିଅ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।