You are currently viewing ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚଳିତବର୍ଷର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭିଡ଼ିଓ ରିଲିଜ ଜରିଆରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଶଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏଥର ମାଟ୍ରିକ ପରୀକ୍ଷା ପାସ ହାର ୭୮.୭୬ ରହିଛି । ଚଳିତବର୍ଷ ୫ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଲକ୍ଷ ୨୧ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଏଥର ପୁଅମାନଙ୍କ ପଛରେ ପକାଇଛନ୍ତି ଝିଅ । ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୭ ପ୍ରତିଶତ ରହିଛି । ଏ-୧ ଗ୍ରେଡ଼ରେ ୧୨୭୯, ଏ୨ରେ ୮୪୫୮, ବି୧ ରେ ୧୮,୧୮୮, ବି୨ରେ ୩୧,୩୨୮, ସିରେ ୪୯,୧୫୩, ଡ଼ି ରେ ୮୯,୫୫୬, ଇ ରେ ୨୨୩୧୯୫ ଜଣ ପାସ୍ ହୋଇଛନ୍ତି । ୱେବସାଇଟ ହେଉଛି  www.bseodisha.ac.in, www.bseodisha.nic.in । ORo1 (ରୋଲନମ୍ବର) ୫୬୭୬୭୫୦କୁ ଏସଏମଏସ କରି ଛାତ୍ରଛାତ୍ରୀ ନିଜର ରେଜଲ୍ଟ ପାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।