You are currently viewing ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜ୍ୟରେ ଲଗାଣ ବର୍ଷା ଓ ଲଘୁଚାପ କାରଣରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ତେଣୁ ଏହି ବନ୍ୟା ସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇ ଥିବା ବେଳେ ଭଦ୍ରକ ଜିଲ୍ଳା ପାଇଁ ବି.ପି. ସେଠୀ । ଯାଜପୁର ଜିଲ୍ଲା ପାଇଁ ଭି. ଭି. ଯାଦବ, ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ କଟକ ଜିଲ୍ଲା ପାଇଁ ଡି.କେ. ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।