You are currently viewing ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ । କିଛି ଦିନ ତଳେ ରାଜ୍ୟରେ ଲଘୁଚାପ ବର୍ଷା ହେବା କାରଣରୁ ଅନେକ ଅଞ୍ଚଳ ଆଜିବି ପାଣିଘେରରେ ରହିଛି । ବନ୍ୟାର ପ୍ରଭାବରେ ପାଣିଘେରରେ ଥିବା ଅସହାୟ ଜନସାଧାରଣଙ୍କ ପାଖରେ ଶୁଖିଲା ଖାଦ୍ୟ, ବିସ୍କୁଟ, ଦିଆସିଲି, ମଶାଧୂପ, ଫଳରସ, ପାଣି, ମସଲା ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛି ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ।

ଡଙ୍ଗା ସାହାଯ୍ୟରେ ପାଣି ପଶିଯାଇଥିବା ଅଞ୍ଚଳ ଯଥା, ଦେକନ୍ଧା, ଶିମିଳି ପାଟଣା, ଘରଛିଆ, ମାଟିଆପଡ଼ା ପ୍ରଭୃତି ଗାଁକୁ ଯାଇ ସହାୟତାର ହାତ ବଢ଼ାଇଛି ଏହି ସଂସ୍ଥା । ଦୁଃଖ ଦୁର୍ଦ୍ଦଶା ସମୟରେ ଏହି ସଂସ୍ଥାର ଏଭଳି ସହଯୋଗକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।