You are currently viewing ବୁର୍ଲା ମେଡ଼ିକାଲରେ ନିର୍ମିତ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼

ବୁର୍ଲା ମେଡ଼ିକାଲରେ ନିର୍ମିତ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼

ସମ୍ବଲପୁର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଦିନିକିଆ ସମ୍ବଲପୁର ଗସ୍ତରେ ଯାଇ ବୁର୍ଲା ମେଡ଼ିକାଲରେ କୋଭିଡ଼ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକ ପରେ ଭୀମସାର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ବୁର୍ଲା ମେଡ଼ିକାଲରେ ନିର୍ମିତ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼ । କରୋନା ରୋଗୀଙ୍କ ପାଇଁ ୧୫ଟି ଆଇସିୟୁର ବ୍ୟବସ୍ଥା ହେବ । ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।