You are currently viewing ‘ଯୁବ ସାମ୍ବାଦିକଙ୍କ ଭୂମିକା ଗଣମାଧ୍ୟମ ସଂସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ’

‘ଯୁବ ସାମ୍ବାଦିକଙ୍କ ଭୂମିକା ଗଣମାଧ୍ୟମ ସଂସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ’

  • Post category:ଓଡିଶା
  • Reading time:1 mins read

ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୂରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଆଜି “ସାଂପ୍ରତିକ ସମୟରେ ଗଣମାଧ୍ୟମ ପାଇଁ ଆହ୍ୱାନ” ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରମୁଖ ବକ୍ତା ଭାବେ ୱେବ୍ ଚ୍ୟାନେଲ୍ ଅର୍ଗସର ମୁଖ୍ୟ ଶ୍ରୀ ସଞ୍ଜୟ ଜେନା ସାମିଲ୍ ହେଇଥିବା ବେଳେ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ସହ ଅଧ୍ୟାପକ, ଗଣମାଧ୍ୟମ ବିଶେଷଜ୍ଞ ଓ ପ୍ରମୁଖ ଅଧ୍ୟାପକମାନଙ୍କ ସମେତ ଏହି କ୍ଷେତ୍ରର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ । କରୋନା ସମୟରେ ଉଭୟ ସାମାଜ ଏବଂ ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧିମାନେ କରୋନା ସମସ୍ୟା ଦେଇ ଗତି କରୁଛନ୍ତି ।

ମାତ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଗଣମାଧ୍ୟମ ନିଜର ମୌଳିକ ଅଧିକାର ବା ନିଜର ଦାୟିତ୍ୱକୁ ପୂରଣ କରୁଛି । ଅପରପକ୍ଷରେ ଏବେ ଯୁବ ସାମ୍ବାଦିକଙ୍କ ଭୂମିକା ଗଣମାଧ୍ୟମ ସଂସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ନିଜ ଜୀବନକୁ ବିପଦରେ ପକାଇ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ନଦେଖି ଖବରକୁ ହିଁ ମହତ୍ୱ ଦେବା ଦରକାର ବୋଲି ମତପ୍ରକାଶ କରିଛନ୍ତି ଅଧ୍ୟାପକ ଡା. ଜୟନ୍ତ ସ୍ୱାଇଁ । ଏହି ୱେବିନାରକୁ ଗଣମାଧ୍ୟମ ବିଭାଗର ଛାତ୍ରୀ ଅଳ୍‌କା ମହାନ୍ତି ପରିଚାଳନା କରିଥିବା ବେଳେ ଶିବୁସିଂହ ରାଜପୁତ, ସୁମିତ ଶର୍ମା, ସନ୍ଦିପ ଚୌଧୁରୀ, ସାହିନ୍ ଆଫ୍ରୋଜ୍‌, ସତ୍ୟଜିତ୍ ସାମଲ, ଅଭିପ୍ସା ବରାଳ, ବିଶ୍ୱବନ୍ଦିତା ସ୍ୱାଇଁ, ସ୍ୱପ୍ନା ରାଣୀ, ବିକାଶ ସ୍ୱାଇଁ, ସତ୍ୟଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।