You are currently viewing ରାଜ୍ୟର ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା

ରାଜ୍ୟର ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଉତ୍ତର ବଙ୍ଗେପାସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜଧାନୀରେ ମଧ୍ୟ ଝିପି ଝିପି ବର୍ଷା ଲାଗିରହିଛି। ଏହାସହ ଆଗାମୀ ଦୁଇ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୧ତାରିଖରୁ ବର୍ଷା ପରିମାଣ ଧୀରେ ଧୀରେ କମିବ ବୋଲି ଅନୁମାନ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।