You are currently viewing ରାଜ୍ୟରେ ପ୍ଲାଜମା ଥେରାପି ସଫଳ

ରାଜ୍ୟରେ ପ୍ଲାଜମା ଥେରାପି ସଫଳ

କରୋନା ମହାମାରୀ ମାମଲା ବଢି ବଢି ଚାଲିଥିବା ବେଳେ ଆସିଛି ଖୁସି ଖବର । ୬ ଜଣ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ୪ ଜଣଙ୍କ କ୍ଷେତ୍ରରେ ଚିକିତ୍ସା ଫଳପ୍ରଦ ହୋଇଛି ଓ ଅନ୍ୟ ୨ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ୪ ଜଣଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ । ଗୁରୁତର କରୋନା ରୋଗୀଙ୍କ ପାଇଁ ଏହା ଉପଯୋଗୀ ସାବସ୍ତ୍ୟ ହୋଇଛି । ପ୍ଲାଜମା ନେଇଥିବା ଆକ୍ରାନ୍ତଙ୍କୁ ଦରକାର ପଡୁନି ଅମ୍ଲଜାନ । ଖୁବଶୀଘ୍ର ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ଅନ୍ୟ ଦୁଇ ଜଣ ଗୁରୁତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖୁବଶୀଘ୍ର ସେମାନଙ୍କୁ ବିପଦରୁ ମୁକ୍ତ ହୋଇଯିବେ ବୋଲି ଆଶା ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ସେଥିରୁ ୬ ୟୁନିଟ ଏହି ଗୁରୁତର ୬ କୋଭିଡ ରୋଗୀଙ୍କୁ ଦିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।