You are currently viewing ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ

ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ

(ଏଏନଏସ,ଉମେଶ ସାହୁ): ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମ ନିକଟରେ ଜଣେ ଶିକ୍ଷୟତ୍ରୀଙ୍କୁ କେହି ଜଣେ ଦୁର୍ବୃତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଙ୍ଗରେ ଥିବା ଜଣେ ଶିକ୍ଷକଙ୍କୁ ହାଣି ଗୁରୁତର କରିଛି। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ମୃତ ଶିକ୍ଷୟିତ୍ରୀ ଙ୍କୁ ପୋଷ୍ଟ ମତମ୍ ପାଇଁ ଦାନଗଦି ମେଡିକାଲ୍ କୁ ପଠାଯାଇଛି। ଏହା ଏକ ପ୍ରେମ ଜନିତ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। ଯାଜପୁର ରୋଡ ପୋଲିସ ଘଟଣାର ଅନୁସଂଧାନ ଚଳାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।