You are currently viewing ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ରେଙ୍ଗାଲି କେନାଲ ଉପରେ ଥିବା ବ୍ରିଜ

ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ରେଙ୍ଗାଲି କେନାଲ ଉପରେ ଥିବା ବ୍ରିଜ

  • Post category:ଓଡିଶା
  • Reading time:1 mins read

ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଡ୍ୟ।ମ କେନାଲ ଉପରେ ନିର୍ମିତ ବ୍ରିଜର ଉଭୟ ପାର୍ଶ୍ୱରେ ସୁରକ୍ଷା କଂକ୍ରିଟ କାନ୍ଥ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଲାଣି। ଏହି ବ୍ରିଜ ଉପରେ ଆଖପାଖ ପ୍ରାୟ ୧୦ ଗୋଟି ଗ୍ରାମର ଲୋକମାନେ ନିର୍ଭର କରୁଛନ୍ତି ।

ଦୈନଦିନ ଘଟଣା ଦୁର୍ଘଟଣା ମାନ ଘଟୁଛି ଏହି କେନାଲ ଉପରେ। ଏଣୁ ରେଙ୍ଗାଳି କେନାଲ ଓ PWD ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟି କୋଣରୁ କେନାଲର ଉଭୟ ପାର୍ଶ୍ୱ ରେ କଂକ୍ରିଟ ବାଡାର ମରାମତି ତୁରନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅନ୍ୟମାନଙ୍କୁ ଜଣାନ୍ତୁ।