ଘନକୁହୁଡ଼ି ଯୋଗୁଁ ବ୍ରେକଫେଲ ହୋଇ ଚାଲିଗଲା ଜୀବନ

ସାଲେପୁର, ଘନକୁହୁଡ଼ି ଯୋଗୁଁ ବ୍ରେକଫେଲ ହୋଇ ଚାଲିଯାଇଛି ଜଣଙ୍କ ଜୀବନ, ଆଉ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିକଟ ନିଶ୍ଚିନ୍ତକୋଇଲିଠାରେ । ସୂଚନାଥାଉକି, କଟକ ମେଡ଼ିକାଲ ଅଭିମୂଖେ ଏକ କାର୍ ରୋଗୀକୁ ନେଇ ଯାଉଥିଲା । ସାମ୍ନାରୁ ଏକ ୧୦ଚକିଆ ଟ୍ରକ ଘନକୁହୁଡ଼ି ଯୋଗୁଁ ବ୍ରେକଫେଲ ହୋଇ ଧକ୍କା ଦେଇଥିଲା । ଫଳରେ କାର୍ ଭିତରେ ଥିବା ଜଣେ ନାବାଳିକାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଚାରିଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.