You are currently viewing ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟ

ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟ

ଭୁବନେଶ୍ୱର (ଏଏନ୍ଏସ୍): ତୁଟିଲାନି ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। ଆସନ୍ତା ମଙ୍ଗଳବାର ପୁଣି ଆଲୋଚନା । ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ। ତାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ସେ ପର୍ଯ୍ୟନ୍ତ ଏହି ହାଟର ବିଭିନ୍ନ ଦୋକାନ ବନ୍ଦ ରହିବ ଓ ତେବେ ଆଜିର ଘଟଣା କେବଳ ଆଲୋଚନା ଭିତରେ ସୀମିତ ରହିଛି ବୋଲି ଏକ ନମ୍ବର ହାଟ କମିଟି ସ୍ପଷ୍ଟ କରିଛି।

ତେବେ ଦୋକାନୀଙ୍କ ଅସୁବିଧାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବା ସହ ଦୋକାନ ବନ୍ଦ ରହିବ ବୋଲି ଦୋକାନୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।