କଟକ ପାଇଁ ୧୦ କୋଟି

କଟକ-୦୩.୦୫.୨୦୨୧, କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି । ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହି ଟଙ୍କା କଟକ ମହାନଗର ନିଗମରେ କୋଭିଡ ସଂକ୍ରମଣ ବିରୁଦ୍ଧରେ ଲଢ଼େଇ କରିବାରେ ସାହାର୍ଯ୍ୟ କରିବ । ଏନେଇ ଟୁଇଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମକୁ ବି ୧୦ କୋଟି ଟଙ୍କା ଦିଆଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୮୯୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.