ଆଜି ରାଜ୍ୟରୁ ୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୮, ବାଲେଶ୍ୱର ୧୦, ବରଗଡ଼ ୮, କଟକ ୯, ଦେଓଗଡ ୨, ଗଜପତି ୩, ଜଗତସିଂହପୁର ୪, ଯାଜପୁର ୭, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେଉଁଝର ୧, ଖୋର୍ଦ୍ଧା ୪, ମୟୁରଭଞ୍ଜ ୨, ନୟାଗଡ ୧, ନୂଆପଡା ୮, ପୁରୀ ୭, ରାୟଗଡା ୩, ସମ୍ବଲପୁର ୧୦, ସୁନ୍ଦରଗଡ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୪୯୫୮, ସୁସ୍ଥ ସଂଖ୍ୟା ୩୩୧୮୨୪, ସମୁଦାୟ ସକ୍ରିୟ ସଂଖ୍ୟା ୧୧୭୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୫୭ ।

Leave A Reply

Your email address will not be published.