You are currently viewing ପୁରୀରୁ ଜବତ ହେଲା ୧୨ଲକ୍ଷ ଟଙ୍କାର ସୁନା

ପୁରୀରୁ ଜବତ ହେଲା ୧୨ଲକ୍ଷ ଟଙ୍କାର ସୁନା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୩/୦୪, ମାଳତିପାଟପୁରସ୍ଥିତ ବସଷ୍ଟାଣ୍ଡ ନିକଟରୁ ଜବତ ହୋଇଛି ୧୨ ଲକ୍ଷ ମୂଲ୍ୟର ସୁନା । ଏହା ସହ ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୪୮ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି । ଏହି ସୁନା ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି ।
ଖବରରୁ ପ୍ରକାଶ ଯେ ଏହି ଦମ୍ପତ୍ତି ଖୋର୍ଦ୍ଧା ଜିଲ୍ଲା ଅନୁଗୁଳ ଅଞ୍ଚଳର ରବିନ୍ଦ୍ରନାଥ ବାରିକ । ପୁରୀ ବାଲିଘାଟ ଅଞ୍ଚଳରେ ଏହି ଦମ୍ପତ୍ତି ରହୁଥିବା ଜଣାପଡିଛି । ଏ ବିଷୟରେ ଅଧିକ ତଦନ୍ତ ଚାଲିଥିବା ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଏକ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।