You are currently viewing ଆଜି ହେଉଛି ଶ୍ରୀ ରାମ ଭଞ୍ଜଦେଓଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

ଆଜି ହେଉଛି ଶ୍ରୀ ରାମ ଭଞ୍ଜଦେଓଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ସମଗ୍ର ଉତ୍କଳ ଓ ଓଡିଆ ଭାଷାର ଉତ୍ଥାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥିଲେ ଶ୍ରୀ ରାମ ଭଞ୍ଜଦେଓ । ସେ ହେଉଛନ୍ତି ଜଣେ ଯୋଗଜନ୍ମା ପୁରୁଷ । ଭାଷାଭିତ୍ତିକ ରାଜ୍ୟ ଗଠନ, ଉତ୍କଳ ସମ୍ମିଳନୀ, କୃଷକଙ୍କ ଅଧିକାର ତଥା ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ, କଳା ଓ ସଂସ୍କୃତିର ବିକାଶ ଦିଗରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସେ ବିଭିନ୍ନ ସ୍କୁଲ କଲେଜ ନିର୍ମାଣ କରିବା ସହ ସ୍କୁଲ କଲେଜ ନିର୍ମାଣ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ୧୮୯୨ ଅଗଷ୍ଟ ମାସ ୧୫ ତାରିଖରେ ରାମଚନ୍ଦ୍ର ଭଞ୍ଜଦେଓ ରାଜଗାଦିରେ ବସିଥିଲେ। ୧୮୯୩ ମସିହାରେ ସେ ରାଜ୍ୟର ଦେୱାନ, ବିଚାରପତି, ଇଞ୍ଜିନିୟର, ପୁଲିସ ଅଧ୍ୟକ୍ଷ ଓ ଅନ୍ୟ ଦୁଇ ଜଣ ଅବୈତନିକ ସଭ୍ୟଙ୍କୁ ନେଇ ଏକ କାଉନସିଲ ଗଢ଼ିଥିଲେ। ଏହାକୁ ‘ମୟୁରଭଞ୍ଜ ଷ୍ଟେଟ୍ କାଉନସିଲ’ କୁହାଗଲା। କାଉନସିଲର ମତ ଅନୁଯାୟୀ ଶାସନ କାର୍ଯ୍ୟ ସମ୍ପାଦିତ ହେଉଥିଲା । ମହାରାଜା ଥିଲେ ଜଣେ ସଚ୍ଚୋଟ ଦେଶପ୍ରେମୀ। ଓଡ଼ିଆ ଜାତିର ମାନ ଉଚ୍ଚ କରିବାପାଇଁ ସେ ସଦା ଚେଷ୍ଟା କରୁଥିଲେ। ସେ ସମୟର ଉତ୍କଳ ଜନନୀର ବିକଳାଙ୍ଗ ଅବସ୍ଥା ଦେଖି ସେ ବ୍ୟଥିତ ହୋଇ ପଡ଼ିଥିଲେ ଏବଂ ଏକତ୍ରୀକରଣ ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ୧୮୮୭ ମେ ମାସ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କର ଦେହାନ୍ତ । ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ବାରିପଦାର ମଧୂବନ ବର୍ତ୍ତମାନର ରାଣୀଶତୀ ମନ୍ଦିରଠାରେ ରହିଛି ଶ୍ରୀ ରାମ ଭଞ୍ଜଦେଓଙ୍କ ସମାଧୀ ପୀଠ ।

ଅନ୍ୟମାନଙ୍କୁ ଜଣାନ୍ତୁ।