୧୫କ୍ୱିଣ୍ଟାଲ୍‌ ମହୁଲ ଜବତ କଲା ଅବକାରୀ ବିଭାଗ

ଫୁଲବାଣୀ(ଏଏନଏସ)୨୦/୦୪ , କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଅବକାରୀ ବିଭାଗର ଅତର୍କିତ ଚଢାଉକରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ୧୫କ୍ୱିଣ୍ଟାଲ୍‌ ମହୁଲ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ମହାସିଙ୍ଗ ଗାଁରେ ସନ୍ତୋଷ ପାଣିଗ୍ରାହୀ ମହୁଲ କାରବାର କରୁଥିବା ନେଇ ସୂଚନା ମିଳିବା ପରେ ଅବକାରୀ ବିଭାଗ ଚଢ଼ାଉ କରି ସନ୍ତୋଷ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ୧୫ କ୍ୱିଣ୍ଟାଲ୍‌ରୁ ଅଧିକ ମହୁଲ ଜବତ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଚ ଚାଲାଣ କରାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା ।

Leave A Reply

Your email address will not be published.

ten + two =