ଭୁବନେଶ୍ୱର-୦୪.୦୫.୨୦୨୧, ଲସି ପିଇ ଦୁଇ ମୃତ । ଏଠାରେ ସୂଚନାଯୋଗ୍ୟଯେ, ଗତ ମେ ୧ତାରିଖରେ କୁର୍ତ୍ତି ହାଟରେ ଲସି ପିଇ ଶତାଧିକ ଅସୁସ୍ଥ ହୋଇଥିଲେ । ଅସୁସ୍ଥଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ସୂଚନା ରହିଛି । । ଲସିର ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଇଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେଥିରେ ମାଛ ଓ ପଚା କଦଳୀ ମିଶାଯାଇଥିଲା । ତେବେ ଏହି ମାମଲାରେ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।