You are currently viewing ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read

ବଣାଇ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନିକଟରେ ବାଲିଝୁଡି ଏକ ଅଜଣା ଗାଡି ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ । ବ୍ୟକ୍ତଗତ କାର୍ଯ୍ୟରେ ବାଇକ୍ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଛି । ବାଲିଝୁଡି ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅଜୟଙ୍କର କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।