ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଆଜି ଓ ଆସନ୍ତାକାଲି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା । ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନସ । ଏହି ଧର୍ମଘଟରେ ଓଡିଶାର ପ୍ରାୟ ୩୦ ହଜାର କର୍ମଚାରୀ ସାମିଲ ହୋଇଛନ୍ତି । ସାରାଦେଶରେ ୧୦ ଲକ୍ଷ କର୍ମଚାରୀ ଧର୍ମଘଟରେ ଯୋଗ ଦେଇଛନ୍ତି । ଚଳିତ ବର୍ଷର ଆର୍ଥିକ ବର୍ଷ ମାର୍ଚ୍ଚମାସ ହୋଇଥିବାବେଳେ ଗ୍ରାହକମାନେ ଦେଣନେଣ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।