ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର

ବୀରମିତ୍ରପୁର(9.10.22): ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ରାଉରକେଲା RGH ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତାହତଙ୍କ ମଧ୍ୟରେ ଉଭୟ ଖେଳାଳି ଓ ଦର୍ଶକ ରହିଛନ୍ତି। ସୂଚନା ମୁତାବକ ଅପରାହ୍ନରେ, ବନେଇଲତା ଗ୍ରାମର ଫୁଟବଲ ପଡିଆରେ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଅଚାନକ ବଜ୍ରାଘାତ ହୋଇଥିଲା। ବଜ୍ରପାତରେ ପ୍ରାୟ ୨୦ ଜଣ ଚେତା ହରାଇ ତଳେ ପଡ଼ିଥିଲେ। ସମସ୍ତଙ୍କୁ ତୁରନ୍ତ ଗାଁରେ ପ୍ରଚଳିତ ଦେଶୀ ଚିକିତ୍ସା କରାଯାଇ ଗାଈ ଗୋବର ବୋଳି ଦିଆଯାଇଥିଲା। ପରେ ହାତୀବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୮ ଜଣ ଆହତଙ୍କୁ ସେଠାରୁ ରାଉରକେଲା RGHକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.