ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର- ମେ ୧୮ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଦୀର୍ଘ ବର୍ଷେ ଧରି କୋଭିଡ ୧୯ ଯୋଗୁଁ ଠିକ ଭାବେ ପାଠପଢ଼ା ହୋଇନଥିବା ବେଳେ ଗତ କିଛି ମାସ ଧରି ଅନଲାଇନରେ ଶିକ୍ଷାଦାନ କରାଯାଉଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ହେବା ନ ହେବା ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା ।

ଏଭଳି ସ୍ଥତିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ଯେ, ଆସନ୍ତା ମେ ମାସ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ ଏବଂ ଏହା ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.