You are currently viewing ସ୍କୁଟି ଥୋଇ ନଦୀକୁ ଡେଇଁଲେ ଦୁଇ ଭଉଣୀ

ସ୍କୁଟି ଥୋଇ ନଦୀକୁ ଡେଇଁଲେ ଦୁଇ ଭଉଣୀ

ବଲାଙ୍ଗୀର, ଜିଲ୍ଲାରେ ଥିବା ତେଲ ନଦୀ ବ୍ରିଜ ଉପରେ ଦୁଇ ଭଉଣୀ ସ୍କୁଟି ଓ ଚପଲ ଥୋଇ ପାଣିକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କୁ ଡେଇଁ ପଡ଼ିଥିବା ଦେଖି ଲୋକମାନେ ସଙ୍ଗେସଙ୍ଗେ ନିକଟସ୍ଥ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କିନ୍ତୁ ଏଯାଏଁ ସେମାନଙ୍କ ସନ୍ଧାନ ମଧ୍ୟ ମିଳିପାରି ନଥିବା ସୂଚନା ମିଳିଛି । ସମ୍ପର୍କରେ ୨ ଜଣ ଭଉଣୀ ଥିବା ବେଳେ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ଜଣାପଡିଛି । ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଆଶଙ୍କା କରାଯାଉଛି । ତେବେ୨ ଭଉଣୀ କାହିଁକି ନଦୀକୁ ଡେଇଁପଡ଼ିଲେ, ତାହାର କାରଣ ଜଣାପଡିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।