You are currently viewing ୨୦ ଲକ୍ଷ ଟଙ୍କା ସୁନା ଗହଣା ଠକି ନେଲେ କନେଷ୍ଟବଳ

୨୦ ଲକ୍ଷ ଟଙ୍କା ସୁନା ଗହଣା ଠକି ନେଲେ କନେଷ୍ଟବଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୨୮.୩.୨୩) : ପ୍ରେମରେ ପ୍ରତାରଣା କଲେ କନଷ୍ଟେବଳ । ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଅଭିଯୋଗ କରିଛନ୍ତି, ବିବାହ ପ୍ରତିଶ୍ରୁତି ଦେଇ କନେଷ୍ଟବଳ ଶାରୀରିକ ସମ୍ପର୍କ ରଖିଥିଲେ । ଦୁହେଁ ୭ ବର୍ଷ ଲିଭ୍‌ ଇନ୍‌ରେ ରହିଥିଲେ । ତାଙ୍କ ସହ ପ୍ରତାରଣା କରି ଏବେ ପ୍ରୀତିରଞ୍ଜନ ଛୁ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏଥିସହ ସେ ଅଭିଯୋଗ କରିଛନ୍ତି, ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ବାରମ୍ବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଭୁବନେଶ୍ୱର ଡିସିପି ଅଫିସ ଆସିଛନ୍ତି ଯୁବତୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।