You are currently viewing ଦହି ଖାଇ ୨୦ଅସୁସ୍ଥ

ଦହି ଖାଇ ୨୦ଅସୁସ୍ଥ

ସମ୍ବଲପୁର, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଦହି ଖାଇ ୨୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କୁଚିଣ୍ଡା ଉପଖଣ୍ଡର ଲୋକମାନେ ଗୋଟିଏ ସ୍ଥାନରୁ ଦହି କିଣି ପିଇଥିଲେ । ପରେ ଏକାସହ ୨୦ରୁ ଅଧିକ ବ୍ୟକ୍ତିଙ୍କ ଝାଡ଼ା ବାନ୍ତି ହୋଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।