You are currently viewing ଆଜି ରାଜ୍ୟରୁ ୨୩୧ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୩୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୨୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୩୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୮ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଅନୁଗୁଳ ୨୧, ବାଲେଶ୍ୱର ୮, ବରଗଡ଼ ୨୫, ଭଦ୍ରକ ୫ ,ବଲାଙ୍ଗୀର ୧୧, ବୌଧ ୧, କଟକ ୧୧, ଦେଓଗଡ ୨, ଢ଼େଙ୍କାନାଳ ୨, ଗଜପତି ୩, ଗଞ୍ଜାମ ୪ ,ଜଗତସିଂହପୁର ୨, ଯାଜପୁର ୧୨, ଝାରସୁଗୁଡା ୧୫, କଳାହାଣ୍ଡି ୧, କେନ୍ଦ୍ରାପଡା ୧୦, କେଉଁଝର ୯, ଖୋର୍ଦ୍ଧା ୧୧, କୋରାପୁଟ ୩, ମୟୁରଭଞ୍ଜ ୮, ନବରଙ୍ଗପୁର ୨, ନୟାଗଡ ୨, ନୂଆପଡା ୧,, ପୁରୀ ୧୦ , ସମ୍ବଲପୁର ୧୪, ସୋନପୁର ୨, ସୁନ୍ଦରଗଡ ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୦୯୨୧, ସୁସ୍ଥ ସଂଖ୍ୟା ୩୨୬୭୭୮, ସମୁଦାୟ ସକ୍ରିୟ ସଂଖ୍ୟା ୨୨୦୩, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୭୧ ।

ଅନ୍ୟମାନଙ୍କୁ ଜଣାନ୍ତୁ।