ଭୁବନେଶ୍ୱର, ଆଜି ରାଜ୍ୟରୁ ୨୬୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୯ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



ଆଜି ଅନୁଗୁଳ ୨୧, ବାଲେଶ୍ୱର ୨, ବରଗଡ଼ ୧୯, ଭଦ୍ରକ ୬ , ବଲାଙ୍ଗୀର ୯, ବୌଧ ୨, କଟକ ୨୪, ଦେଓଗଡ ୪, ଢ଼େଙ୍କାନାଳ ୧, ଗଜପତି ୧୮, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡା ୧୫, କଳାହାଣ୍ଡି ୮, କନ୍ଧମାଳ ୩, କେନ୍ଦ୍ରାପଡା ୨, କେଉଁଝର ୧୦, ଖୋର୍ଦ୍ଧା ୧୧, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୧୧, ନବରଙ୍ଗପୁର ୨, ନୂଆପଡା ୮, ପୁରୀ ୯ ,ରାୟଗଡା ୩, ସମ୍ବଲପୁର ୧୯, ସୋନପୁର ୩, ସୁନ୍ଦରଗଡ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୧୮୬୨, ସୁସ୍ଥ ସଂଖ୍ୟା ୩୨୭୮୦୩, ସମୁଦାୟ ସକ୍ରିୟ ସଂଖ୍ୟା ୨୧୧୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୬୯।