ବିଦ୍ୟୁତ ଆଘାତରେ ୩ ମୃତ

ବୌଦ୍ଧ (୫.୧୦.୨୨) : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ । ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ ଦିଆ ସୁଶୀଲ ବେହେରା । ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ସୁଖାଉଥିଲେ । ସେହି ତାର ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା । ସୁକାନ୍ତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଦିଅର ସେଠାରେ ପହଞ୍ଚିଥିଲେ । ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରେ ସୁକାନ୍ତିଙ୍କ ପୁଅ ସୋହନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଗ୍ରାମବାସୀ ବିଦ୍ୟୁତ୍ କାଟି ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.