You are currently viewing ବିଷାକ୍ତ ଖାଦ୍ୟ ଖାଇ ଜୀବନହାରିଲେ ପରିବାରର ୩ ସଦସ୍ୟ, ୨ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଜୀବନହାରିଲେ ପରିବାରର ୩ ସଦସ୍ୟ, ୨ଗୁରୁତର

ମାଲକାନଗିରି, ଜିଲ୍ଲାର କଚେଲି ଗ୍ରାମର ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଜାଣିବାକୁ ମିଳୁଛି । ପରିବାରର ଆଉ ୨ଜଣ ସଦସ୍ୟ ଏବେବି ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକମାନଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଜଣେ ଭାଇ ଅଛନ୍ତି । ତିନିଜଣ ଯାକ ନାବାଳକ ଓ ନାବାଳିକ ହୋଇଥିବା ଜଣାପଡ଼ିଛି । ଡାକ୍ତରୀ ଦଳ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ, ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।