ବିଧାନସଭା ସମ୍ମୁଖରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ଚଳିତ ମାସ ୨୦ ତାରିଖଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ୪ ଦିନ ତଳେ ନୟାଗଡର ପରୀ ହତ୍ୟା ଘଟଣା ନେଇ ପରୀର ବାପା ମା ବିଧାନସଭା ଗେଟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ, କୌଣସିମତେ ପୋଲିସ ଏଭଳି ଘଟଣା ଘଟିବାକୁ ଦେଇନଥିଲା । ଏହି ଘଟଣାରେ ୩ ଦିନ ହେଲା ବିରୋଧି ଦଳମାନେ ବିଧାନସଭା ଗୃହ ଚଳାଇବାରେ ସହଯୋଗ ନ କରିବା ଫଳରେ ଗୃହ ବାମ୍ବାର ମୁଲତବି ହେଉଛି । ତେବେ ଆଜି ଆଉ ଏକ ର୍ଦୁଭାଗ୍ୟଜନକ ଘଟଣା ବିଧାନସଭା ସମ୍ମୁଖରେ ଦେଖିବାକୁ ମିଳିଥିିଲା ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହି ୩ ଜଣ ବ୍ୟକ୍ତିଙ୍କର ଅଭିଯୋଗ ଥିଲା । ତାଙ୍କ ନାମରେ ଅନ୍ୟ କେହି ଋଣ ଉଠାଇଛନ୍ତି । ୩ଜଣ ବ୍ୟକ୍ତି କଟକ ଜିଳ୍ଲା ଆଠଗଡର ବୋଲି ଜଣାପଡିଛି । ଏଥିରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ସଂପୃକ୍ତ ଥିବା ବଡ ପାଟିରେ ସେମାନେ କହୁଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଧାନ ସଭାର ଚାରିପଟେ କଡା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି ପ୍ଲାଟୁନ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ତେବେ ଏଭଳି ର୍ଦୁଭାଗ୍ୟ ଜନକ ଘଟଣା କିଭଳି ଘଟିବାକୁ ଯାଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ସୁରକ୍ଷା ବଳୟ ଭେଦ କରିବା ପାଇଁ କିଭଳି ଭାବେ ଜନସାଧାରଣ ସାହସ କରୁଛନ୍ତି । ଏହାକୁ ନେଇ ଗୃହ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.