You are currently viewing ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଯାଜପୁର (୪.୧୦.୨୨) : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ଯାଜପୁର ଜିଲ୍ଲାରର ହୋଇଥିବା ବେଳେ ଆଉ ଜଣେ ବାଲେଶ୍ୱର ଜିଲ୍ଲାର । ଯାଜପୁରରୁ ଯେଉଁ ୨ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ ହେଉଛନ୍ତି ଚନ୍ଦନ ମଲ୍ଲିକ ଓ ବାଞ୍ଝାନିଧି ମଲିକ । ସେମାନଙ୍କ ଘର ଧର୍ମଶାଳା ବ୍ଲକ ମଧୁପୁରଗଡ ପଞ୍ଚାୟତରେ । ତେବେ ବାବନ ମଲିକଙ୍କ ପୁଅ ଚନ୍ଦନ ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଝାନିଧି ଆଜି ଗାଁ ନିକଟରେ ଥିବା ବିଲକୁ ଘାସ କାଟିବାକୁ ଯାଇଥିଲେ । ସେଠାରେ ହଠାତ୍ ବଜ୍ରପାତ ହୋଇଥିଲା । ଏହା ପରେ ଗାଁ ଲୋକମାନେ ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।