You are currently viewing ଏନଆଇଟିରେ ୩ ଛାତ୍ରଙ୍କୁ କରୋନା

ଏନଆଇଟିରେ ୩ ଛାତ୍ରଙ୍କୁ କରୋନା

  • Post category:ଓଡିଶା
  • Reading time:1 mins read

ରାଉରକେଲା, କରୋନା ସଂକ୍ରମଣ କିଛି ପରିମାଣରେ କମିବା ପରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ପୁଣି ଥରେ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଭୟଭୀତ କରିଛି । ଶିକ୍ଷାନୁଷ୍ଠାନ ମାନଙ୍କରୁ ବହୁପରିମାଣରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।