ଦୁଇ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ

ପୁରୀ ୧୨/୧୦ ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରାଯାଇଛି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ଉପସ୍ଥିତିରେ ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱରପୁର ର ଶ୍ରୀ ସୁରଜ ମିଶ୍ର ଓ କୃଷ୍ଣ ପ୍ରସାଦ ବ୍ଲକ ରାସକୁଦି ର ଶ୍ରୀ ବସନ୍ତ ମଲ୍ଲିକ ଙ୍କୁ ଏହି ସ୍କୁଟି ପ୍ରଦାନ କରାଯାଇଥିଲା। ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର ଙ୍କ ସାଂସଦ ପାଣ୍ଟି ରୁ ଏହି ସହାୟତା ପ୍ରଦାନ କରାଯାଇଛି। ଏହି ସ୍କୁଟି ପାଇ ସେମାନେ ବହୁତ ଖୁସି । ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ରେ ଏହା ବହୁତ ସହାୟକ ହେବ ସହ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ବଞ୍ଚି ପାରିବ ବୋଲି ଉଭୟ ସ୍କୁଟି ଗ୍ରହଣକାରି କହିଥିଲେ। ଏଥିପାଇଁ ସେମାନେ ସାଂସଦ ଓ ଜିଲ୍ଲା ପ୍ରଶାସନ କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.