ଶାଗ ଖାଇ ଆଖି ବୁଜିଲା ୩ବର୍ଷର ଶିଶୁ

ନୟାଗଡ଼, ଶାଗ ଖାଇ ଆଖି ବୁଜିଛି ୩ବର୍ଷର ଶିଶୁ କନ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ । ବିଷାକ୍ତ ଶାଗ ଖାଇ ୩ବର୍ଷ କନ୍ୟାର ମୃତ୍ୟୁ ହୋଇଛି । ସୂଚନାଥାଉକି, ବରସାହି ଗାଁର ରାକେଶ ମୁଦୁଲିଙ୍କ ପରିବାର ଜମିରୁ ଚଣା ଶାଗ ଆଣି ଖାଇଥିଲେ । ଖାଇବାର କିଛି ସମୟ ପରେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ହୋଇପଡ଼ିଥିଲା । ସମସ୍ତେ ଝାଡ଼ା ବାନ୍ତିର ଶିକାର ହୋଇଥିଲେ । ପରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ ୩ବର୍ଷରୁ ଶିଶୁ କନ୍ୟା ଟ୍ୱିଙ୍କଲର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ରାସ୍ତାରେ ଅଧା ରାସ୍ତାରେ ଟ୍ୱିଙ୍କଲର ମୃତ୍ୟୁ ହୋଇଥିବା ଖବର ମିଳିଛି । ପରିବାରର କିଛି ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ଆଉ କିଛି ଜଣ ହସ୍ପିଟାଲରେ ଏବେବି ଅଛନ୍ତି ।

Leave A Reply

Your email address will not be published.