You are currently viewing ଟିଣ ବକ୍ସରୁ ମିଳିଲା ୩୦ କ୍ୱିଣ୍ଟାଲ୍ ଗଞ୍ଜେଇ

ଟିଣ ବକ୍ସରୁ ମିଳିଲା ୩୦ କ୍ୱିଣ୍ଟାଲ୍ ଗଞ୍ଜେଇ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରୁ ଏକ ଟିଣ ବକ୍ସରୁ ୩୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ପାଟପୁର ଥାନା ପୁଲିସ୍ । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ହେବ ବୋଲି ଆକଳନ କରାଯାଇଛି । ପୁଲିସ୍ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏନେଇ ପାଟପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଚଢଉ ସମୟରେ ଘର ଲୋକେ ଫେରାର୍ ଥିବା ଜଣାପଡ଼ିଛି । ସାନଖେମୁଣ୍ଡି ତହସିଲ୍‌ଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୁଲିସ୍ ଅଧିକାରୀ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍ ଏସ୍‌ଆଇଟି ଟିମ୍ ସହ ପାଟପୁର, ଆସିକା, ଶେରଗଡ଼, ସୋରଡ଼ା ଥାନା ପୁଲିସ୍ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।