ଦେଶର ୩୨ ଶିଶୁଙ୍କୁ ରାଷ୍ଟ୍ରୀୟ ବାଳ ପୁରସ୍କାର: ଓଡ଼ିଶାରୁ ଅନ୍ୱେଷ ଶୁଭମଙ୍କୁ ସମ୍ମାନ

ଭୁବନେଶ୍ୱର, ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି ଦେଶର ୨୧ଟି ଜିଲାରୁ ୩୨ ଶିଶୁ । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ପୁରସ୍କାର ତାଲିକାରେ ଓଡ଼ିଶାର ଅନ୍ବେଷ ଶୁଭମ ପ୍ରଧାନ ସ୍ଥାନ ପାଇଛନ୍ତି । ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀରେ ପଢ଼ୁଥିବା ଶୁଭମଙ୍କୁ ଶିକ୍ଷାକ୍ଷେତ୍ରରେ ମନୋନୀତ କରାଯାଇଛି । ଶିକ୍ଷାଗତ ସଫଳତା ବର୍ଗରେ ପୁରଷ୍କାର ପାଇଛନ୍ତି ଅନ୍ୱେଷ ଶୁଭମ୍‌ । ଆଜି ଭର୍ଚୁଆଲ ଜରୀଆରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

Leave A Reply

Your email address will not be published.