You are currently viewing ୩୬ଘଣ୍ଟାର ଅପରେଶନ ପରେ ମିଳିଲା ମୃତଦେହ

୩୬ଘଣ୍ଟାର ଅପରେଶନ ପରେ ମିଳିଲା ମୃତଦେହ

  • Post category:ଓଡିଶା
  • Reading time:1 mins read

ଗଜପତି(ଏଏନଏସ)୦୩/୧୦, ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ରଘୁରାଜପୁର ସ୍ଥିତ ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର। ଚଳିତ ମାସ ୧ ତାରିଖରେ କିଛି ବନ୍ଧୁଙ୍କ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍‌ ଗ୍ରାମର ପି.ବମ୍ମସି ଗୁଦଗୁଦା ବୁଲିବାକୁ ଯାଇ ନିଖୋଜ ହୋଇଥିଲେ। ତେବେ ସେଲ୍ଫି ଉଠାଉଥିବା ବେଳେ ପି.ବମ୍ମଶୀ ଜଳପ୍ରପାତକୁ ଖସିପଡିଥିବା ରାୟଗଡ ପୋଲିସ କହିଛି। ଏଠାରେ ସୂଚନା ଯୋଗ୍ଯଯେ ଗତମାସ ୧୩ ତାରଖରେ ଜଣେ ଯୁବକଙ୍କ ମୁତ୍ୟୁ ଘଟିଥିଲା ସେମିତି ସେଲ୍ଫି ଉଠାଉଥିବା ବେଳେ। ତାଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଜଳପ୍ରପାତ ଖୋଜୁଥିଲା। ୩୬ଘଣ୍ଟାର ସର୍ଚ୍ଚ ଅପରେଶନ ପରେ ପି.ବମ୍ମଶୀଙ୍କ ମୁତଦେହ ଠାବ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।