You are currently viewing ସିବିଆଇ ରେଡ ୪ ଗିରଫ

ସିବିଆଇ ରେଡ ୪ ଗିରଫ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୫/୦୮, ଗତକାଲି ଶିଳ୍ପତିମହିମା ମିଶ୍ରଙ୍କ କଟକ ସ୍ଥିତ ଘରେ ଚଢାଉ କରିଥବଲା ସିବିଆଇ । ଏହି ସମୟରେ ପାରାଦ୍ୱୀପ ଠାରେ ଥିବା ଓଏସଏଲ କମ୍ପାନୀର ଅଫିସକୁ ମଧ୍ୟ ସିବିଆଇ ରେଡ କରିଥିଲା । ଆଜି ଶିଳ୍ପପତି ମହିମା ମିଶ୍ରଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସିବିଆଇ ତରଫରୁ ନୋଟିସ ଦିଆଯାଇଥିବା ବେଳେ ମହିମା ମିଶ୍ର ଆଜି ରାଜଧାନୀର ସିବିଆଇ କାର୍ଯ୍ୟାାଳୟରେ ହାଜର ହୋଇଛନ୍ତି । ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟମଣୀ ସାହୁଙ୍କୁ ଆଜି ଗିରଫ କରିଛି ସିବିଆଇ । ଶ୍ରୀ ସାହୁଙ୍କ ସମେତ ଅନ୍ୟ ୩ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିବା ଜଣାପଡିଛି । ଏଥିସହ ଠିକାଦାର ସୁମନ୍ତ ରାଉତ ଶଙ୍ଖସୁଭ୍ରମିତ୍ର ଓ ଚିଫ କେମିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।