You are currently viewing କରୋନା ନେଲା ଆଉ ୪ ମୁଣ୍ଡ

କରୋନା ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର, ରାଜ୍ୟରୁ ଆଜି କରୋନା ନେଲା ଆଉ ୪ ମୁଣ୍ଡ | ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି | ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୮୦୨ରେ ପହଞ୍ଚିଛି | ତେବେ ଏହି ୪ ମୃତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ରେ। ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିଲେ। ସେହିପରି ସୁନ୍ଦରଗଡ଼ରେ ଜଣେ ବୃଦ୍ଧଙ୍କର ବି ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ କିଡ୍‌ନୀ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ବି ପୀଡ଼ିତ ଥିଲେ। ଅନ୍ୟ ଦୁଇ ମୃତକ ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା। ଉଭୟ ଉଚ୍ଚ ରକ୍ତଚାପ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ଆଜି ରାଜ୍ୟରୁ ୩୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୩୩୬୪ ,ସୁସ୍ଥ ସଂଖ୍ୟା ୩୧୮୨୭୮ | ସମୁଦାୟ ସକ୍ରିୟ ସଂଖ୍ୟା ୩୨୩୧ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୪୦୮ |ଯାହା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।