ଆଜି ରାଜ୍ୟରେ ୪୭୬୧ କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର-୨୦.୦୪.୨୦୨୧, ରାଜ୍ୟରେ ପାଞ୍ଚ ହଜାର ମୁହାଁ ହେଲା ଦୈନିକ ସଂକ୍ରମଣ | ଏନେଇ ଆଜି ରାଜ୍ୟରୁ ୪୭୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୮୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୯୭୬ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୭୭୪୬୪, ସୁସ୍ଥ ସଂଖ୍ୟା ୩୪୭୬୩୭, ସମୁଦାୟ ସକ୍ରିୟ ସଂଖ୍ୟା ୧୭୮୨୧ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୫୦୩ |
ଆଜି ରାଜ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ନୂଆପଡ଼ାରୁ ୩, କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୫୩ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.