ଭୁବନେଶ୍ୱର, ମହାମାରୀ କରୋନାର ଦ୍ୱିତୀୟ ଲହର ତାର ଉଗ୍ର ରୂପ ଦେଖାଉଛି । ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସବୁ ସ୍ଥାନରେ କରୋନା କଟକଣାକୁ ପୁଣି ଥରେ କଡାକଡି ଭାବେ ପାଳନ କରାଯାଉଛି, କରୋନା ଟେଷ୍ଟକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କଠାରେ ବ୍ୟାପକ କରୋନା ପଜିଟିଭ ଚିହ୍ନଟ ହେଉଛି । ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆଜି ରେଲୱେ ଷ୍ଟେସନରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରିଜଣ ଯାତ୍ରୀ ଓ ଜଣେ ଷ୍ଟେସନ ପାର୍ସାଲ ବିଭାଗ କର୍ମଚାରୀ । ୪ ଯାତ୍ରୀଙ୍କ ଭିତରୁ ୩ଜଣ ବେଙ୍ଗାଲୁରୁ ଫେରନ୍ତା ହୋଇଥିବାବେଳେ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ହୋଇଥିବା ସୂଚନା ରହିଛି ।