ଆଜି ରାଜ୍ୟରୁ ଆଉ ୫ ମୁଣ୍ଡ ନେଲା କରୋନା

ଓଡିଶା: ଆଜି ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୨୦କୁ ବୃଦ୍ଧି ପାଇଛି ।


୫ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୪ ଜଣ ହେଉଛନ୍ତି ପୁରୁଷ ଅଛନ୍ତି |ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷୀୟା ମହିଳା କରୋନାରେ ଆଖି ବୁଜିଛନ୍ତି। ବାଲେଶ୍ୱର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ ଊଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ବଲାଙ୍ଗିର ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତି ଓ କଟକର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ମଧ୍ୟ କରୋନା ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବା ଜଣାଯାଇଛି।

Leave A Reply

Your email address will not be published.